ମୁଖ୍ୟ ଖବର

ଅନୁଗୁଳ ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 400 EV, ରହିଛି ଅନେକ ଅତ୍ୟାଧୁନିକ ସୁବିଧା

By Angul TV Bureau

May 23, 2024

ଅନୁଗୁଳ: ଆଜି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ XUV 400 EV ର ବଜାର ପ୍ରବେଶ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିକ୍ରମ କୁମାର ଅଗ୍ରୱାଲ ଓ ସୁଜିତ କୁମାର ଅଗ୍ରୱାଲ ଯୋଗ ଦେଇ XUV 400 EV ର ବଜାର ପ୍ରବେଶ କରାଇଥିଲେ। ଉଦଘାଟନୀ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା: ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ, ଇଣ୍ଡସଇଣ୍ଡ, ମହିନ୍ଦ୍ରା ଫାଇନାନ୍ସ, ଚୋଳମଣ୍ଡଳମ ଫାଇନାନ୍ସ, ସୁନ୍ଦରମ ଫାଇନାନ୍ସ ପ୍ରମୁଖ ସଂସ୍ଥା ଯୋଗ ଦେଇଥିଲେ।

XUV 400 EV ରେ ଆଲେକ୍ସା, ସନ ରୁଫ ଏବଂ ଫାଷ୍ଟ ଚାର୍ଜିଂ ଭଳି ଆଡ଼ଭାନ୍ସ ଫିଚର ରହିଛି। ଏହି ଗାଡିରେ ଷ୍ଟାଣ୍ଡାର୍ଡ ୬ ଟି ଏୟାର ବ୍ୟାଗ ଏବଂ ଅଲ ଡିସ ବ୍ରେକ ରହିଛି, ଏହି ଗାଡି ୩୪.୫ kw ଏବଂ ୩୯.୪ kw ଦୁଇ ପ୍ରକାର ବ୍ୟାଟେରୀ ରେ ଉପଲବ୍ଧ। ଥରେ ଚାର୍ଜ କଲେ ୪୫୦ କିମି ପର୍ଯ୍ୟନ୍ତ ଚାଲି ପାରିବ। କାରଟି ୫ ଟି ରଙ୍ଗରେ ଉପଲବ୍ଧ। ଏହି ଗାଡି ୧୫.୪୯ ଲକ୍ଷରୁ ଆରମ୍ଭ ହେଉଥିବା ବେଳେ ସିଦ୍ଧି ଲକ୍ଷ୍ମୀ ମୋଟର୍ସ ତରଫରୁ ଗ୍ରାହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି।

ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲକ୍ଷ୍ମୀ ମୋଟର୍ସର ଅଧିକାରୀ ରାଜ କୁମାର ଅଗ୍ରୱାଲ କହିଛନ୍ତି।