ଅନ୍ୟାନ୍ୟ

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ, ଦସ୍ତଖତ ଅଭିଯାନ

By Biswaranjan Pattnaik

April 17, 2021

ଅନୁଗୁଳ: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଏପ୍ରିଲ ପହିଲାରୁ ସତ୍ୟବ୍ରତ ଦାସ ନାମକ ଜଣେ ଯୁବକ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଗୁରୁବାର ସତ୍ୟବ୍ରତ ତାଳଚେର ବସଷ୍ଟାଣ୍ଡଠାରେ ପହଞ୍ଚିବା ପରେ ସ୍ଥାନୀୟ ବିଭିନ୍ନ ବର୍ଗର ବ୍ୟକ୍ତି, କଲେଜ ଛାତ୍ରଛାତ୍ରୀ ଏହି ଦସ୍ତଖତ ଅଭିଯାନରେ ସାମିଲ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବାପି ମହାନ୍ତି, ବିଭାରାଣୀ ପାତ୍ର, ରଞ୍ଜିତ ମହାପାତ୍ର, ବଜରଙ୍ଗ ଅଗ୍ରୱାଲାଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।ସ୍ୱେଚ୍ଛାସେବୀ ବିଭୁତି ସାହୁ ଉତ୍ତରୀୟ ଓ ଭଗବତ ଗୀତା ପ୍ରଦାନ ପୂର୍ବକ ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।