ମୁଖ୍ୟ ଖବର

ଅନୁଦାନ ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ

By Angul TV Bureau

December 26, 2024

ଅନୁଗୁଳ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଏକ ଦଫା ଦାବି ନେଇ ଦସ୍ତଖତ ଅଭିଯାନ ବଇଣ୍ଡା ଜନତା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଗତ ୨୦  ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସଂଘର ଦାବି ଅନୁସାରେ ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଥିବା ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନୁଦାନ (ଜି.ଆଇ.ଏ) ପ୍ରଦାନ କରିବା ପାଇଁ ପୂର୍ବ ସରକାର ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ନୂତନ ସରକାରରେ ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ। ସ୍ୱଳ୍ପ ପାଉଣାରେ ଏମାନେ ଅଧ୍ୟାପନା ଓ ଆନୁଷଙ୍ଗିକ କାର୍ଯ୍ୟ କରି ଆସୁଥିବା ବେଳେ ସେମାନଙ୍କର ଦାବି ଯଥାର୍ଥ ଓ ଶୀଘ୍ର ପୂରଣ ହେବା ଦରକାର ବୋଲି ଦସ୍ତଖତ ଅଭିଯାନରେ ଦର୍ଶାଯାଇଛି।

ତେଣୁ ନୂତନ ସରକାର ଏ ନେଇ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ଲୋକ ଏହି ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି।