ଅନ୍ୟାନ୍ୟ

ଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର କ୍ରିୟାନ୍ବୟନ ବୈଠକ ଆୟୋଜିତ, ସ୍କୁଲର ଉନ୍ନତିକରଣ ଓ ବିକାଶକୁ ଗୁରୁତ୍ୱ

By Angul TV Bureau

November 28, 2022

ଅନୁଗୁଳ: ଶିକ୍ଷା ବିକାଶ ସମିତି ମଧ୍ଯସମ୍ଭାଗର ଏସ୍ଇଏସକ୍ୟୁ କ୍ରିୟାନ୍ବୟନ ବୈଠକ ଶନିବାର ଅଧ୍ୟକ୍ଷ ଡକ୍ଟର ଶତ୍ରୁଘ୍ନ ବେହେରାଙ୍କ ତତ୍ତ୍ୱାବଧାନରେ ନାଲକୋନଗର ସରସ୍ଵତୀ ବିଦ୍ୟାଳୟ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏଥିରେ ୭ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି ତାଙ୍କ ବିଦ୍ୟାଳୟ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ, ସରସ୍ୱତୀ ବିଦ୍ୟାମନ୍ଦିରର ଉନ୍ନତିକରଣ ତଥା ବିକାଶ ପାଇଁ ମତ ବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ ପରିଷଦ ପ୍ରାନ୍ତ ସଂଯୋଜକ ଅଶ୍ୱିନୀ କୁମାର ନାୟକ, କ୍ଷତ୍ରୀୟ ଖେଳକୁଦ ସଂଯୋଜକ ବଳରାମ ସାହୁ, ବିଭାଗ ନିରୀକ୍ଷକ ମଧ୍ୟସମ୍ଭାଗ ବିରଞ୍ଚିନାରାୟଣ ମହାପାତ୍ର ଏବଂ ନାଲକୋନଗର ସରସ୍ୱତୀ ବିଦ୍ୟାମନ୍ଦିର ସମ୍ପାଦକ ପ୍ରଭାତ କୁମାର ଧର ପ୍ରମୁଖ ଉପସ୍ଥିତ ଥିଲେ।