ମୁଖ୍ୟ ଖବର

ମା’ ଆସୁଛନ୍ତି ଧରା କୁ: ୪୪ ବର୍ଷରେ ସିମିଳିପଡ଼ା ଦୁର୍ଗା ପୂଜା କମିଟି

By Biswaranjan Pattnaik

October 15, 2023

ଅନୁଗୁଳ: ମା’ ଆସୁଛନ୍ତି ଧରାକୁ। ଏଥିପାଇଁ ପ୍ରକୃତି ସଜେଇ ହେଲାଣି କାଶତଣ୍ଡି ଫୁଲରେ,ଆକାଶରେ ରଙ୍ଗ ବେରଙ୍ଗର ଭସା ବାଦଲ। ଦେଵୀ ପୀଠରେ ନବରାତ୍ରୀର ମଙ୍ଗଳ ଆଳତୀ। ମା’ଙ୍କ ଆରାଧନା ପାଇଁ ମର୍ତ୍ତ୍ୟରେ ଚାଲିଛି ସଜ ବାଜ। ଇତି ମଧ୍ୟରେ ଅନୁଗୁଳ ସିମିଳି ପଡ଼ା ଦୁର୍ଗା ପୂଜା କମିଟି ୪୪ ବର୍ଷରେ ପହଞ୍ଚିଛି। ଚଳିତ ପୂଜା ପାଇଁ ତୋରଣ,ମଣ୍ଡପ ସାଜସଜ୍ଜା,ଆଲୋକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ କିଭଳି ଉନ୍ନତ ମାନର ହେବ ସେଥିନେଇ କର୍ମକର୍ତ୍ତା ମାନେ ଦିନରାତି ଏକ କରି କାମରେ ଲାଗିଛନ୍ତି ।

ଅନୁଗୁଳରେ ସୀମିଳିପଡ଼ା ଦୁର୍ଗାପୂଜା କମିଟିର ସ୍ୱତନ୍ତ୍ରତା ରହିଛି। ଏହି ପୂଜା କମିଟିର ମୂର୍ତ୍ତି କାରିଗର ସବୁ ବେଳେ କଲିକତାରୁ ଆସିଥାନ୍ତି।ବଙ୍ଗୀୟ ପଦ୍ଧତିରେ ଏଠି ଦୁର୍ଗା ପୂଜା ହୋଇଥାଏ। ଏହି ମଣ୍ଡପରେ ହିଁ କଲିକତାର ଢାକି ଡ୍ରମର ମାନେ ସୁନ୍ଦର୍ ବାଜା ବଜାଇଥାନ୍ତି।ପ୍ରତ୍ୟେକ ଦିନ ଅନ୍ନ ଭୋଗ,ସନ୍ଧ୍ୟାରେ ଖେଚୁଡ଼ି ଭୋଗ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୁଏ। ଚଳିତ ବର୍ଷ ଏହି କମିଟିର ସଭାପତି ଭାବେ ଦେବାଶିଷ ମହାନ୍ତି,ସମ୍ପାଦକ ଭାବେ ପ୍ରମୋଦ କୁମାର ଜେନା ଓ କୋଷାଧ୍ୟକ୍ଷ ଭାବେ ଅଜିତ କୁମାର ମିଶ୍ର ଦାୟିତ୍ଵ ନେଇଛନ୍ତି। ଶାନ୍ତି ଶୃଙ୍ଖଳା ଓ ଭାଇଚାରା ଏହି କମିଟିର ଅନ୍ୟତମ ବୈଶୀଷ୍ଟ୍ୟ।