ମୁଖ୍ୟ ଖବର

ସିଙ୍ଗାରେନି କୋଇଲା ଖଣି ପରିବେଶ ଜନଶୁଣାଣି

By Sanjeeb Biswal

January 20, 2021

ଅନୁଗୁଳ: ଛେଣ୍ତିପଦା ବ୍ଲକର କରଡାବାହାଳି ଗ୍ରାମରେ ସିଙ୍ଗାରେନି କୋଇଲା ଖଣି ନିମନ୍ତେ ପରିବେଶ ଜନଶୁଣାଣି ବୁଧବାର ଆୟୋଜିତ ହୋଇଥିଲା। ସୂଚନା ଯେ, ସିଙ୍ଗାରେନି କୋଇଲା ଖଣି ପ୍ରସ୍ତାବିତ ଖଣି ଲିଜ୍ ମୋଟ୍ ୯୧୨.୭୯୯ ହେକ୍ଟର ଜମିରୁ ବାର୍ଷିକ ୧୦ ନିୟୁତ ଟନ୍ ଉତ୍ପାଦନ କ୍ଷମତା ଧାର୍ଯ୍ୟ କରିଥିବା ବେଳେ ବିମ୍ବାଧରପୁରୁ ରାଜସ୍ବ ଗ୍ରାମର ସମ୍ପୂର୍ଣ୍ଣ ଯାଉଥିବା ବେଳେ ଆଉ ୫ ଟି ରାଜସ୍ବ ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଜଣାପଡିଛି ।

ଫଳରେ ଆଜି ରାଜସ୍ବ ବିଭାଗ ଏଡିଏମ୍ ସନ୍ତୋଷ କୁମାର ପ୍ରଧାନ ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଅରୁଣ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପରିବେଶ ଜନ ଶୁଣାଣି ହୋଇଥିଲା। କ୍ଷତିଗ୍ରସ୍ତ ପ୍ରଜା ନିଜର ମତାମତ, ଦାବି ଉପସ୍ଥାପନ କରିବା ସହ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ । ଅନ୍ୟ ପକ୍ଷରେ ଲୋକଙ୍କ ଦାବି ପୂରଣ ଓ ପରିବେଶ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବାସୀଙ୍କ ସମସ୍ୟା ପ୍ରତି ଖଣି କର୍ତ୍ତୃପକ୍ଷ, ପ୍ରଶାସନ ଅଣଦେଖା କରିଥିବାରୁ ଜନଶୁଣାଣିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।