ମୁଖ୍ୟ ଖବର

ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ ସମ୍ମାନିତ

By Angul TV Bureau

February 18, 2025

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ସ୍ଥିତ ବାଗଦେବୀ ବିହାରରେ ଥିବା ଶିଶୁ ବିକାଶ ଵିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହେଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ଶିକ୍ଷା ଅଧିକାରୀ ଖଗେଶ୍ବର ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସରକାରୀ ଡାକ୍ତରଖାନାର ଡାକ୍ତର ଅରବିନ୍ଦ ନନ୍ଦି, ସାମ୍ୱାଦିକ ଦେବୀ କିଶୋର ମିଶ୍ର, ଆଇଡ୍ରିମ କଲେଜର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ସାମାଜିକ କାର୍ଯ୍ୟରେ ଉଲ୍ଲେଖନିୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁଙ୍କୁ ଉତ୍ତରୀୟ ଓ ବୃକ୍ଷ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ଯ ମଳୟ କୁମାର ମହାରଣା,  ମୁଖ୍ୟ ସମ୍ପାଦକ ସୋମ୍ୟରଞ୍ଜନ ସାହୁ, ସହ ସମ୍ପାଦକ ଅଜିତ କୁମାର ରାୟ ଉପସ୍ଥିତ ଥିଲେ l