ମୁଖ୍ୟ ଖବର

ନୃତ୍ୟ ନିଳୟ ପକ୍ଷରୁ ଶିଶୁ ସନ୍ଧ୍ୟା-୨୦୨୪

By Biswaranjan Pattnaik

November 10, 2024

ଅନୁଗୁଳ: ସ୍ଥାନୀୟ ସଭାଘରେ ରବିବାର ସଂଧ୍ୟାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ନୀଳୟ ପକ୍ଷରୁ ଶିଶୁ ସନ୍ଧ୍ୟା-୨୦୨୪ ଆୟୋଜିତ ହୋଇଯାଇଛି।

ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ଅନୁଗୁଳର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କର କଳା ପ୍ରଦର୍ଶନ ପାଇଁ ନିଃଶୁଳ୍କ ହଲର ଆବଶ୍ୟକତା ରହିଛି ବୋଲି କହିଥିଲେ ଏବଂ ଶିଶୁ ସନ୍ଧ୍ୟା ପିଲା ମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉପଯୁକ୍ତ ମଞ୍ଚ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ ଯୋଗ ଦେଇ ଅନୁଗୋଳର କଳା ସଂସ୍କୃତି ଓ ସାହିତ୍ୟ ମହାନ୍ ବୋଲି ପ୍ରକାଶ କରିଥିଲେ।ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପ ନଗରପାଳ ଶ୍ରୀମତୀ ଅନୁପମା ସାହୁ,ନୃତ୍ୟ ନିଳୟର ଉପଦେଷ୍ଟା ହେମନ୍ତ ଦାଶ,ନୃତ୍ୟାନିଳୟର ସଭାପତି ଗୁରୁ ଅନିତା ସିଂହ ଦେଓ ବକ୍ତବ୍ୟ ପ୍ରଦାନ କରିବା ସହ ଶିଶୁ ସନ୍ଧ୍ୟା ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ସମାରୋହରେ ନୃତ୍ୟ ନିଳୟର କିଛି ପ୍ରତିଭା ସମ୍ପନ୍ନ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଚିନ୍ମୟୀ ପି ରାଉତ, ଗୋପଶ୍ରୀ ସାହୁ,ପିନାକୀ ଦାସ,ମୋନାଲିସା ସାହୁ, ରତି ରଞ୍ଜନ ଅମାନ୍ତ, ସ୍ୱର୍ଣାଙ୍କି ଦାସ,ଯଶୋବନ୍ତ ସାମଲ ଆଦି ବରିଷ୍ଠ ଶିଷ୍ୟ ଶିଷ୍ୟା ମାନେ ଶିଶୁ ସନ୍ଧ୍ୟା ରେ ନୃତ୍ୟ ପରିବେଷଣ କରିଥିବା କୁନି କଳାକାର ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯଜ୍ଞ ରାୟ।ସମାରୋହରେ ଶିଶୁ କଳାକାର ମାନେ ଦଳଗତ ଓଡ଼ିଶୀ,ସମ୍ବଲପୁରୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ।