ମୁଖ୍ୟ ଖବର

ଟାଟା ଷ୍ଟିଲ ଗେଟ୍ ସମ୍ମୁଖରେ ଧାରଣା ପ୍ରତ୍ୟାହୃତ: ମୃତ ଶ୍ରମିକଙ୍କ ପରିବାରକୁ ୧୭ ଲକ୍ଷ କ୍ଷତିପୂରଣ ଓ ନିଃସର୍ତ୍ତ ନିଯୁକ୍ତି

By Angul TV Bureau

August 09, 2026

ଅନୁଗୋଳ: ଗତ ଅଗଷ୍ଟ ୬ ତାରିଖରେ ଟାଟା ଷ୍ଟିଲର SGB କମ୍ପାନିରେ କାର୍ଯ୍ୟରତ ବଅଁରପାଳ ବ୍ଲକ ନୂଆହତା ଗ୍ରାମର ସୁଶାନ୍ତ ସାମଲ କାର୍ଯ୍ୟରତ ଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଗ୍ରାମବାସୀ ଟାଟା ଷ୍ଟିଲ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଅରୁଣାଭ ସିଂହଙ୍କ ହସ୍ତକ୍ଷେପ ପରେ ଏକ ତ୍ରିପକ୍ଷୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଆଲୋଚନାରେ ମୃତ ସୁଶାନ୍ତଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୭ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀ ସୁରେଖା ସାମଲଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ନିଃସର୍ତ୍ତ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଟାଟା ଷ୍ଟିଲ ଓ SGB କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ନୂଆହତା ସରପଞ୍ଚ ରୁନୁବାଳା ଧୀର ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।