ଅନ୍ୟାନ୍ୟ

ଛେଣ୍ଡିପଦା ଓକିଲ ସଂଘ କାର୍ଯ୍ୟାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ

By Sanjeeb Biswal

April 11, 2024

ଛେଣ୍ଡିପଦା : ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ କାର୍ଯ୍ୟାଳୟକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତାଙ୍କ ସହ ଅନୁଗୁଳର ଆଇନଜୀବୀ ସୁଶୀଲ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଛେଣ୍ଡିପଦା ଓକିଲ ସଂଘ ସଭାପତି ନଗେନ ନନ୍ଦଙ୍କ ନେତୃତ୍ୱରେ ଅଧ୍ୟକ୍ଷ ଶ୍ରୀ ଦ୍ବିବେଦୀଙ୍କୁ ସ୍ୱାଗତ କରିବା ସହ ଛେଣ୍ଡିପଦା ଓକିଲ ସଙ୍ଘର ରହିଥିବା ବିଭିନ୍ନ ସମସ୍ୟା, ରାଜ୍ୟର ସମସ୍ତ ଓକିଲଙ୍କ ସମସ୍ୟା ଓ ସେଗୁଡ଼ିକୁ କିପରି ସମାଧାନ କରାଯିବ ସେ ନେଇ ଆଲୋଚନା କରିଥିଲେ।

ଏହି ଆଲୋଚନାରେ ଛେଣ୍ଡିପଦା ଓକିଲ ସଙ୍ଘର ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ଉପ ସଭାପତି ପ୍ରଶାନ୍ତ ସାହୁ, ସହ ସମ୍ପାଦକ ସଞ୍ଜୟ କୁମାର ବେହେରା, ଓକିଲ ଗୋପବନ୍ଧୁ ସାହୁ, ଭୋଲେଶ୍ଵର ବେହେରା, ଅଜୟ କୁମାର ବେହେରା, ଯତୀନ୍ଦ୍ର କୁମାର କର, ମିନତୀ ମହାନ୍ତି, ସରକାରୀ ଓକିଲ ଲକ୍ଷ୍ମୀଧର ପ୍ରଧାନ, ନକୁଳ ମାଝୀ, ପଦ୍ମଚରଣ ମାଝୀ, ଅଲେଖ ଦେହୁରୀ, ଗୋବିନ୍ଦ ଚନ୍ଦ୍ର ସାହୁ, ଶିଶିର କୁମାର ବେହେରା, ବୁଦ୍ଧଦେବ ବେହେରାଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।