ଅନ୍ୟାନ୍ୟ

ସିତାରି ଜାତିକୁ ହରିଜନ କୋଟାରେ ସାମିଲ କରିବା ପାଇଁ ବିଧାୟକଙ୍କୁ ଦାବି ପତ୍ର

By Angul TV Bureau

May 28, 2023

ପାଳଲହଡ଼ା: ଓଡ଼ିଶାରେ ବସବାସ କରୁଥିବା ସିତିରିଆ, ସିତାରି ଆଦି ଜାତିର ଲୋକମାନେ ଅତ୍ୟନ୍ତ ପଛୁଆ ବର୍ଗର ହୋଇଥିବା ବେଳେ ସରକାରୀ ଯୋଜନାରେ ସେମାନଙ୍କୁ ସାଧାରଣ ବର୍ଗର ଉଲ୍ଲେଖ କରି ସରକାରୀ ଯୋଜନାରୁ ବଞ୍ଚିତ କରାଯାଉଛି। ଯଥାଶୀଘ୍ର ସେମାନଙ୍କୁ ହରିଜନ ବର୍ଗରେ ସାମିଲ କରିବା ପାଇଁ ଦାବି କରାଯାଇଛି।

ଶନିବାର ପାଳଲହଡା ଉପଖଣ୍ଡର ବିଭିନ୍ନ ଗ୍ରାମର ଶତାଧିକ ସିତାରି ସମ୍ପ୍ରଦାୟର ମୁଖିଆ ଏକ ବୈଠକ କରି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥଲେ। ବୈଠକରେ ମୁଖ୍ୟ ଅତିଥିଭାବେ ପାଳଲହଡ଼ା ବିଧାୟକ ଯୋଗ ଦେଇଥିଲେ। ସିତାରି ମହାସଂଘର ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଥିଲା। ତାଙ୍କ ଜାତି ତଫସିଲଭୁକ୍ତ ଜାତି ହୋଇଥିବା ବେଳେ ସେମାନଙ୍କୁ ମିଳିଥିବା ଜମି ପଟ୍ଟାରେ ସିତିରିଆ, ସିତାରି, ସୀତରା ଓ ଶୀତଳ ଉଲ୍ଲେଖ କରାଯାଇଛି। ଫଳରେ ତଫସିଲଭୁକ୍ତ ଜାତି ହୋଇ ମଧ୍ୟ ସେମାନେ ସାଧାରଣ ବର୍ଗରେ ରହିଯାଇଛନ୍ତି। ଏଣୁ ହକ ପ୍ରଦାନ କରିବା ପାଇଁ ସେମାନେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।