କଳା ଓ ସଂସ୍କୃତି

ରାଣୀଗୋଡ଼ା ଶିବ ମନ୍ଦିରରେ ଶିବ ବିବାହ

By Biswaranjan Pattnaik

June 11, 2024

ଅନୁଗୁଳ: ରାଣୀଗୋଡା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ସୋମବାର ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବାରାତ୍ ଶୋଭାଯାତ୍ରା ସକାଳ ପ୍ରାୟ ୧୧ ଟା ବେଳେ ମନ୍ଦିରରୁ ବାହାରି ପ୍ରଥମେ ବର ପକ୍ଷଙ୍କ ଘରକୁ ଓ ପରେ କନ୍ୟା ଘରକୁ ଯାଇ ଗାଁ ପରିକ୍ରମା କରିଥିଲା। ବାଜା ବାଣ ରୋଷଣୀରେ ଗାଁ ଦାଣ୍ଡ କମ୍ପୁଥିଲା। ଏପଟେ ମନ୍ଦିର ପରିସରରେ ବର କନ୍ୟାଙ୍କ ବିବାହ ନିମନ୍ତେ ଭବ୍ୟ ଆୟୋଜନ ହୋଇଥିଲା ।

ହୁଲୁରିସିଂହାର ଶରତ କୁମାର୍ ବେହେରା କନ୍ୟା ପିତା ଓ ସୀମିଳିପଡ଼ାର ପ୍ରଣବ ନାଥ ଆଚାର୍ଯ୍ୟ ବର ପିତା ରୂପେ କାର୍ଯ୍ୟ ତୁଲାଇଥିଲେ। ହୋମ ଯଜ୍ଞ।ସହ ଯଥାବିଧି ଏହି ଦିବ୍ୟ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉପସ୍ଥିତ ଶତାଧିକ ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଦଣ୍ଡନୃତ୍ୟ ଆୟୋଜିତ କରା ଯାଇଥିଲା।