ଅନୁଗୁଳ: ତାଳଚେର ଉପଖଣ୍ଡ ଅଞ୍ଚଳରେ ଗତ ଦୁଇ ତିନି ମାସ ମଧ୍ୟରେ ଘନଘନ ସୁନା ଗହଣା ଛିନତାଇ ଓ ଡକାୟତି କରି ପୋଲିସର ମୁଣ୍ଡ ବଥା ବଢ଼ାଇଥିବା ଡକାୟତି ଗ୍ୟାଙ୍ଗର ଦୁଇ ଜଣଙ୍କୁ ପୋଲିସ ଶେଷରେ ଗିରଫ କରିଛି।ତାଳଚେରର ବିଭିନ୍ନ ଥାନାରେ ଏକ ଡରଜନରୁ ଅଧିକ ମାମଲା ଏଥିନେଇ ରୁଜୁ ହେଇଛି। ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ଏସପି ରାହୁଲ ଜୈନ।
ଗିରଫ ଦୁଇ ଜଣ ହେଲେ ସୁଶୀଲ ନାଏକ ସାନ ସ୍କଟଲାଣ୍ଡପୁର ଓ ଗୁନୁ ନାଏକ ଖମଣ,ବଅଁରପାଳ। ଚୋରି ସୁନା ରଖିବା ଅପରାଧରେ ଚାରି ଜଣ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ ହରମୋହନ ତ୍ରିପାଠୀ, ବିକାଶ ନାଏକ, ଅକ୍ଷୟ ନାଏକ ଓ ପ୍ରଭାତ ନାଏକ। ଦୃର୍ବୁତ୍ତ ମାନଙ୍କ ଠାରୁ ୧୦୦ ଗ୍ରାମ ଓଜନର ସୁନା ଗହଣା,୨ଟି ବାଇକ୍,ଭୁଜାଲି ଓ ନଗଦ ୪୪ ହଜାର ଟଙ୍କା ଜବତ କରାଯାଇଛି।ଇନ୍ସପେକ୍ଟର ଦେବବ୍ରତ ନାୟକ,ତାଳଚେର ଥାନା,ଏସଆଇ ସ୍ମୃତିରଞ୍ଜନ ନାୟକ, ବିକ୍ରମପୁର ଥାନା,ବଳରାମ ବେହେରା ଗୋପାଳପ୍ରସାଦ ଥାନା, ଏଏସଆଇ ରୁଦ୍ର ମୋହନ ନାୟକ,ମାନସ ରଞ୍ଜନ ସାହୁ ଓ ଅନ୍ୟମାନେ ତଦନ୍ତକାରୀ ଦଳରେ ସାମିଲ ଥିଲେ।