ଅନୁଗୁଳ: ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିର ସାମନାରେ ଗୋଟିଏ ଶିଶୁ ପୁତ୍ର କାନ୍ଦୁଥିବା ଖବର ପାଇ ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଦନ୍ତ ଚିକିତ୍ସକ ଡ଼ା ଶକ୍ତିପ୍ରସାଦ ସାହୁଙ୍କ ସମେତ ଡିସିପିଓ, ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତା ଏବଂ ଚାଇଲ୍ଡ ହେଲ୍ପ ଲାଇନର ସଦସ୍ୟ ମାନେ ଶିଶୁ ପୁତ୍ର ଟିକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପିଲାଟିର ବାପା ଭିକ ମାଗି ଚଳୁଥିବା ବେଳେ ମା’ର ପତ୍ତା ନାହିଁ। ପିଲାଟିର ଚିକିତ୍ସା ପରେ ତାକୁ କୌଣସି ଶିଶୁ ଯତ୍ନ ଗୃହରେ ରଖା ଯିବ ବୋଲି ଆଲୋଚନା ଚାଲିଛି।