ମୁଖ୍ୟ ଖବର

ନାଲକୋ ପଟ୍ ଲାଇନ୍‌ରେ ପୋଡ଼ାଗଲା ୬ କ୍ବିଣ୍ଟାଲ ଗଞ୍ଜେଇ

By Swagatika Samantray

September 08, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ରେ ଗୁରୁବାର ୬ କୁଇଣ୍ଟାଲ ଗଞ୍ଜେଇ ପୋଡ଼ି ଦିଆଯାଇଛି। ୨୦୧୪ ମସିହାରେ ଛେଣ୍ଡିପଦା ଥାନା ପୋଲିସ ଏହି ଗଞ୍ଜେଇକୁ ଜବତ କରିଥିଲା। ମାମଲା ଫଇସଲା ହେବାପରେ ଏହାକୁ ନଷ୍ଟ କରାଯିବାର ବ୍ୟବସ୍ଥା କରାଯାଏ। ଗଞ୍ଜେଇକୁ ପୋଡ଼ିବା ସମୟରେ ପ୍ରଦୂଷଣ ରୋକିବା ପାଇଁ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ର ଲାଡର ସପ୍‌ ବିଭାଗରେ ଏହାକୁ ଜାଳି ଦିଆଯାଇଥିଲା। ଜିଲ୍ଲା ପୋଲିସ ପ୍ରଶାସନ ବିଧିବଦ୍ଧଭାବେ ନାଲକୋ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ଏହି ଗଞ୍ଜେଇ ପୋଡ଼ିବାର ବ୍ୟବସ୍ଥା କରିଥିଲା।

ଗଞ୍ଜେଇ ପୋଡ଼ିବା ସମୟରେ ଅନୁଗୁଳ ଏସ୍‌ପି ଜଗ‌ମୋହନ ମୀନା ଓ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ।