ମୁଖ୍ୟ ଖବର

ତାଳଚେର ବନ୍ଦ : ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟିର ୧୬ ସଦସ୍ୟ ଗିରଫ

By Angul TV Bureau

July 04, 2022

ତାଳଚେର: ଆଜି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଆରମ୍ଭ ହୋଇଛି। ଏ ଅବସରରେ କମିଟିର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।

ଆନ୍ଦୋଳନ ବେଳେ ପୁଲିସ କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମଚରଣ ସାମଲଙ୍କ ସମେତ ଦିଗାମ୍ବର ଗଡ଼ନାୟକ, କେଶବ ଭୂତିଆ, ରଞ୍ଜିତ ମହାପାତ୍ର, ସୁନିଲ ବିଶ୍ୱାଳ, ଭୂପେନ ଥମ୍ବ, ବିନୋଦ ଲାଲ, ଅଭୟ ପାଣି, ପ୍ରେମାନନ୍ଦ ମହାନ୍ତି, ସୁକାନ୍ତ ଦାସ, ଜୟସେନ୍ ମେହେର, ପର୍ଶୁରାମ ସାମଲ, ପରମାନନ୍ଦ ସାହୁ, ମାନସୀ ସ୍ୱାଇଁ, ପ୍ରହ୍ଲାଦ ସାହୁ, ଗଗନ ବିହାରୀ ଦାସ ପ୍ରମୁଖ ୧୬ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହା ପରେ ରେଳ ଏବଂ ସଡ଼କ ପଥ ଯୋଗେ କୋଇଲା ପରିବହନ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ଆନ୍ଦୋଳନକାରୀଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ତାଳଚେର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ରାଜ୍ୟ ସରକାର ଏନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି।