ଅନୁଗୁଳ: ସଂପ୍ରତି ଅନୁଗୁଳ ଜିଲ୍ଲାରେ ସର୍ପଘାତରେ ଯେତେ ଲୋକ ମରୁନାହାନ୍ତି ଅନ୍ଧବିଶ୍ୱାସ କାରଣରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆଜି ବିଶ୍ଵ ସର୍ପ ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ତେବେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏବେବି ସର୍ପାଘାତ ହେଲେ ଲୋକେ ରୋଗୀକୁ ଡାକ୍ତର ଖାନା ନ ନେଇ ଗୁଣିଆ ପାଖକୁ ଝଡାଫୁଂକା କରିବାକୁ ଯାଆନ୍ତି। ଏଥିରେ ଅଯଥା ସମୟ ନଷ୍ଟ ହୋଇଥାଏ ଏବଂ ଗୁରୁତର ହୋଇ ଡାକ୍ତରଖାନା ଆସିଲା ବେଳକୁ ରୋଗୀକୁ ବଞ୍ଚାଇ ହୁଏନାହିଁ। ଅନୁଗୁଳ ଜିଲ୍ଲାରେ ଏବେ ବର୍ଷକୁ ଏକ ଶହ ରୁ ୧୩୦ ରୋଗୀଙ୍କ ସର୍ପାଘାତରେ ମୃତ୍ୟୁ ଘଟୁଛି। ସର୍ପମୃତ୍ୟୁରେ ଅନୁଗୁଳ ଜିଲ୍ଲା ପ୍ରଥମ ୧୪ଟି ସ୍ଥାନ ମଧ୍ୟରେ ରହିଛି। ଏଠି ଚିତି, ରଣା, ନାଗ ଆଦି ବିଷଧର ସର୍ପ ବିଶେଷ ଦେଖିବାକୁ ମିଳନ୍ତି। ଏଣୁ ସାପ କାମୁଡ଼ିଲେ ଗୁଣିଆ ପଖକୁ ନଯାଇ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଆସିଛି ।