ଅନ୍ୟାନ୍ୟ

ଭାରତୀୟ ମଜଦୂର ସଂଘର ୬୯ତମ ପ୍ରତିଷ୍ଠା ଦିବସ: ସମସ୍ତଙ୍କ ସହଯୋଗରେ ସଂସ୍ଥାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ

By Angul TV Bureau

July 23, 2023

ଅନୁଗୁଳ: ଆଜି ନାଲକୋନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଭାରତୀୟ ମଜଦୂର ସଂଘର ୬୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲକୋର ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସ୍ମେଲ୍ଟର ଓ ପାୱାର କମ୍ପ୍ଲେକ୍ସର ନିର୍ବାହୀ ନିର୍ଦ୍ଦେଶକ ଅମିୟ କୁମାର ସ୍ବାଇଁ, ସ୍ମେଲ୍ଟର ପ୍ଲାଣ୍ଟର ମହାପ୍ରବନ୍ଧକ ଏନ ଏସ୍ ସୁବ୍ରମଣ୍ୟମ ଓ ମୁଖ୍ୟବକ୍ତା ଭାବେ ଭାରତୀୟ ମଜଦୂର ସଂଘର ଓଡ଼ିଶା ପ୍ରଦେଶର ସଭାପତି ପୃଥ୍ୱୀରାଜ ପଣ୍ଡା ଉପସ୍ଥିତ ଥିଲେ।

ସଂଘର ସଭାପତି ମୁନା ସାମଲଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶ୍ରୀ ସାମଲ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ନାଲକୋର ଉନ୍ନତି ନିମନ୍ତେ ନିଆ ଯାଇଥିବା ପଦେକ୍ଷପ ଏବଂ ବର୍ତ୍ତମାନ ନାଲକୋରେ ଉପୁଜିଥିବା ବିଷମ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ବିନୋଦ କୁମାର ସାମଲ ଆଲୁମିନିୟମ ମଜଦୂର ସଂଘ ଦ୍ବାରା କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକର ବିବରଣୀ ଉପସ୍ଥାପନ କରିବା ସହିତ ବକେୟା ଥିବା ସମସ୍ୟାର ଆଶୁ ସମାଧାନ ପାଇଁ କର୍ମଚାରୀଙ୍କର ସହଯୋଗ କାମନା କରିଥିଲେ।

ଶେଷରେ ସାଙ୍ଗଠନିକ ସଭାପତି ଶ୍ରୀ ମଲ୍ଲିକ ଏହି ମାସରେ ଅବସର ନେଉଥିବା ସଙ୍ଗଠନର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ସାଙ୍ଗଠନିକ ସମ୍ପାଦକ ପ୍ରଭାତ କୁମାର ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।