ଅନ୍ୟାନ୍ୟ

ଅନୁଗୋଳରେ SHG ସଦସ୍ୟଙ୍କ ପାଇଁ କୌଶଳ ବିକାଶ ପ୍ରଶିକ୍ଷଣ ଶିବିର ଆରମ୍ଭ

By Angul TV Bureau

June 05, 2026

ଅନୁଗୋଳ: ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଅନୁଗୋଳ ରେଞ୍ଜ ଅନ୍ତର୍ଗତ ତୁବେ ଓ ରାଉତାଳ VSS ଠାରେ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଛି। AJY ଟିମ୍ ପକ୍ଷରୁ ଆୟୋଜିତ ଏହି ୬ ଦିନିଆ ଶିବିରରେ ସଦସ୍ୟମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଆୟବର୍ଦ୍ଧକ କାର୍ଯ୍ୟକଳାପର ପ୍ରଶିକ୍ଷଣ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ମହମବତୀ, ଅଗରବତୀ, ଫିନାଇଲ୍ ଏବଂ ଡିଟର୍ଜେଣ୍ଟ ପାଉଡର ପ୍ରସ୍ତୁତି ଭଳି ଗୃହ ନିର୍ମିତ ସାମଗ୍ରୀ ତିଆରିର ବ୍ୟାବହାରିକ କୌଶଳ ଶିଖାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ କ୍ଷମତାର ବିକାଶ କରିବା, ସ୍ୱୟଂ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କର ଆର୍ଥିକ ସଶକ୍ତୀକରଣକୁ ସୁଦୃଢ଼ କରିବା।ପ୍ରଶିକ୍ଷଣରେ ଅଂଶଗ୍ରହଣକାରୀ ମହିଳାମାନେ ବେଶ୍ ଉତ୍ସାହର ସହ ସକ୍ରିୟ ଭାଗ ନେଇଛନ୍ତି। ଭବିଷ୍ୟତରେ ଏହି କୌଶଳକୁ ଆଧାର କରି ନିଜର ସ୍ଥାୟୀ ଜୀବିକା ସୃଷ୍ଟି କରିବା ସହ ଆୟ ବୃଦ୍ଧି କରିବା ପାଇଁ ସଦସ୍ୟମାନେ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି।