ଅନ୍ୟାନ୍ୟ

ଆମ ଜଙ୍ଗଲ ଯୋଜନା: ଜରାପଡ଼ା ରେଞ୍ଜରେ ଦକ୍ଷତା ବିକାଶ ତାଲିମ ଶିବିର ଆୟୋଜିତ

By Angul TV Bureau

February 26, 2026

ଅନୁଗୁଳ: ଗ୍ରାମାଞ୍ଚଳର ଲୋକଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ‘ଆମ ଜଙ୍ଗଲ ଯୋଜନା’ (AJY) ପକ୍ଷରୁ ଏକ କ୍ଷେତ୍ର ପରିଦର୍ଶନ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଗତକାଲି ଜରାପଡ଼ା ରେଞ୍ଜ ଅନ୍ତର୍ଗତ ଜରାପଡ଼ା ସେକ୍ସନର ଲକ୍ଷ୍ମୀଧରପୁର VSS, ଦେହୁରୀସାହି VSS ଏବଂ ବୁଢ଼ୀପାହାଡ଼ VSS ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆମ ଜଙ୍ଗଲ ଯୋଜନା ଟିମ୍‌ର ସଦସ୍ୟ ମାନସ ପ୍ରଧାନ ଏବଂ ରୀନାରାଣୀ ସାମଲଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କୁ ଦୁଇଟି ପ୍ରମୁଖ କ୍ଷେତ୍ରରେ ହାତେ-ହାତେ ତାଲିମ ପ୍ରଦାନ କରାଯାଇଥିଲା। କଞ୍ଚାମାଲ ପ୍ରସ୍ତୁତିଠାରୁ ଆରମ୍ଭ କରି ଉନ୍ନତ ମାନର ଅଗରବତୀ ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଶିଖାଯାଇଥିଲା। ଏଥିସହ ପେପର ପ୍ଲେଟର ମେସିନ ଚାଳନା, ରକ୍ଷଣାବେକ୍ଷଣ ଏବଂ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଇଥିଲା।

ଏହି ତାଲିମ ଶିବିରରେ ସ୍ଥାନୀୟ ମହିଳା ଓ ଯୁବକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ନିଜ ଗାଁରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ନିଜର ଜୀବିକା ନିର୍ବାହ କରିବା ପାଇଁ ଅଂଶଗ୍ରହଣକାରୀମାନେ ଉଚ୍ଚ ଆଶା ଓ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ। ସ୍ଥାନୀୟ ସମ୍ବଳର ବ୍ୟବହାର କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।