ଘଟଣା ଓ ଦୁର୍ଘଟଣା

ଛୋଟ ଦୋକାନୀ ସାବଧାନ: ଫୋନ ପେ’ରେ ସ୍ମାର୍ଟ ଠକ ମାତିଛନ୍ତି

By Biswaranjan Pattnaik

February 14, 2023

ଅନୁଗୁଳ: ବେଶ ପୋଷାକରେ ବେଶ ଶିକ୍ଷିତ ଜଣା ପଡ଼ୁଛନ୍ତି, କଥା ମାର୍ଜିତ କିନ୍ତୁ ମନବୃତ୍ତି ହେଲା ଠକିବା। ସୋମବାର ସନ୍ଧ୍ୟାରେ ଅନୁଗୁଳ ସଂଜୀବନୀ ମାର୍କେଟରେ ଥିବା ଲାଲଟୁ ଭାଇଙ୍କ ଚା’ ପକୁଡ଼ି ଦୋକାନରେ ପହଞ୍ଚିଲେ ଜଣେ ଦମ୍ପତ୍ତି। ଭିଡ଼ ଦେଖି ୫୦ ଟଙ୍କାର ପକୁଡ଼ି ଖାଇଲେ। ଫୋନ ପେ’ ବାର କୋଡ ସ୍କାନ କରି ଦୋକାନୀଙ୍କ ନାଁ କହିଲେ।ଦୋକାନୀ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ। ଏହାପରେ ପେମେଣ୍ଟ ସକ୍ସେସ ଫୁଲ ହେଲା ବୋଲି ଦେଖାଇ ଦେଲେ। ଏହାପରେ ଭିଡ଼ କମିଲାପରେ ଦୋକାନୀ ଦେଖିଲେ ପଇସା ଆସିନାହିଁ। ସ୍ତ୍ରୀ ଜଣକ ସ୍ବାମୀ କିମ୍ବା ଅନ୍ୟ ଆକାଉଣ୍ଟକୁ ପଇସା ପଠେଇ ଅସଲରେ ଦୋକାନୀକୁ ଠକି ପଳାଇଲେ। ପୂର୍ବରୁ ଦୋକାନୀ ଜଣକ ଫୋନ ପେ’ରେ ପେମେଣ୍ଟ କରି ୫୦ ହଜାର ଟଙ୍କା ହରାଇ ଥିଲେ। କାଲି ଘଟଣା ପରେ ଦୋକାନୀ ଜଣକ ନିଷ୍ପତ୍ତି ନେଇଛନ୍ତି କି ମୋଦିଙ୍କ କ୍ୟସଲେସ କାରବାର ସ୍ଲୋଗାନ ଚୁଲିକୁ ଯାଉ,ସେ ଏଣିକି ଦୋକାନ ଆଗରେ ଲେଖିବେ ନୋ ଫୋନ ପେ’ ପ୍ଲିଜ।