ନାଲକୋ ନଗର: ବ୍ୟବସାୟିକ ଉତ୍କର୍ଷତା ଦିଗରେ ପ୍ରୟାସ ଜାରି ରଖିଥିବା ନାଲକୋ (ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ) ଆଉ ଏକ ସଫଳତା ଅର୍ଜନ କରିଛି। ଅନୁଗୁଳ ନାଲକୋସ୍ଥିତ ସ୍ମେଲଟର ପ୍ଲାଣ୍ଟକୁ ସିଆଇଆଇ ଏକଜିମ୍ ବ୍ୟାଙ୍କ ହୋଲିଷ୍ଟିକ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ‘ଗୋଲ୍ଡ ପ୍ଲସ୍’ ମାନ୍ୟତା ପ୍ରଦାନ କରାଯାଇଛି। ସିଆଇଆଇ-ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ପକ୍ଷରୁ ବିଭିନ୍ନ ଶିଳ୍ପସଂସ୍ଥାର ୪୦୦ ପ୍ରତିନିଧିଙ୍କ ଉପସ୍ଥିତିରେ ଇଡି (ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ) ଏ.କେ ସ୍ୱାଇଁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ୨୦୨୩ ଡିସେମ୍ବର ୨ ଓ ୩ ତାରିଖରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ୩୧ତମ ସିଆଇଆଇ ଏକ୍ସିଲେନ୍ସ ଶିଖର ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସିଆଇଆଇ-ଆଇକ୍ୟୁ ସ୍ମେଲଟର ପ୍ଲାଣ୍ଟକୁ ବ୍ୟବସାୟର ଉତ୍କର୍ଷତା ଓ ୟୁନିଟ୍ ମ୍ୟାନେଜମେଣ୍ଟର ଦୃଢ଼ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରାଯାଇଥିଲା।