ଅନ୍ୟାନ୍ୟ

ସାପକାମୁଡ଼ା ମୃତ୍ଯୁ ପ୍ରତିରୋଧ ସଚେତନତା କର୍ମଶାଳା: ସାପକୁ ଶତ୍ରୁ ନୁହେଁ, ବନ୍ଧୁ ଭାବିବାକୁ ପରାମର୍ଶ

By Angul TV Bureau

May 22, 2025

ଅନୁଗୁଳ: ଅନୁଗୁଳରେ ସାପକାମୁଡ଼ା ମୃତ୍ଯୁ ପ୍ରତିରୋଧ ସଚେତନତା କର୍ମଶାଳା ଆୟୋଜିତ ହୋଇଛି। ଅନୁଗୁଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର”, “ଉତ୍କର୍ଷ ପରିବାର” ଏବଂ “ଅନୁଗୁଳ ଲାଇଟ୍ ହାଉସ”ର ମିଳିତ ଉଦ୍ଯମରେ ଲାଇଟ୍ ହାଉସ୍ ଠାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ସଦସ୍ଯ ସର୍ପମିତ୍ର ଆଦିତ୍ଯ ବେହେରା ଯୋଗ ଦେଇ ଫଟୋ ଚିତ୍ର ମାଧ୍ଯମରେ ବିଷଧର ବିଷହୀନ ସାପ ଚିହ୍ନଟ, ସାପକାମୁଡାର ପ୍ରାଥମିକ ଚିକିତ୍ସା, ବିଷଧର ସାପକାମୁଡାର ଲକ୍ଷଣ, ଡାକ୍ତରୀ ଚିକିତ୍ସାର ଉପାଦେୟତା, ପରିବେଶ ସନ୍ତୁଳନରେ ସାପର ଭୂମିକା ଏବଂ ସାପକାମୁଡା ସମ୍ବନ୍ଧରେ ଥିବା ପୁରୁଣା ଲୋକକଥା ଏବଂ ଅନ୍ଧବିଶ୍ବାସ ଦୂର ଆଦି ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ସାଥୀ ପରିବାରର ସଭାପତି ସିଦ୍ଧାର୍ଥ ପ୍ରଧାନ କର୍ମଶାଳାରେ ଯୋଗ ଦେଇ ସାପକାମୁଡା ମୃତ୍ଯୁ ବାବଦକୁ ଥିବା ସରକାରୀ ଅନୁକମ୍ପା କ୍ଷତିପୂରଣ ରାଶି ଏବଂ ସାପ-ମଣିଷ ବିବାଦ ରୋକିବା ଦିଗରେ ବିଭିନ୍ନ ସରଳ ପଦକ୍ଷେପ ସମ୍ବନ୍ଧରେ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ଅବଗତ କରାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉତ୍କର୍ଷ ପରିବାରର ଭୀଷ୍ମ ସାହୁ, ହୋମଦ୍ଯୁତି ବେହେରା, ତପନ ସାମଲ, ଆଶୁତୋଷ ଗଡନାୟକ, ଦେବାଂଶ ଦାସ୍, ଲାଇଟ୍ ହାଉସର କେନ୍ଦ୍ର ମୁଖ୍ଯ ରାଜେଶ ସ୍ବାଇଁ, ଯଶୋବନ୍ତ ପରିଡ଼ା, ବିସ୍ମିତା ସେଠ, ଶଙ୍କର୍ଷଣ ସାହୁ ଏବଂ ସାଥୀ ପରିବାରର ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।