ଅନ୍ୟାନ୍ୟ

ଅନ୍ଧବିଶ୍ୱାସକୁ ନା’, ଡାକ୍ତରୀ ଚିକିତ୍ସାକୁ ହଁ: ସାପଙ୍କ ପ୍ରତି ସତର୍କ ରହିବାକୁ ସ୍କୁଲ ପିଲାଙ୍କୁ ସଚେତନ କଲେ ସ୍ନେକ୍ ରେସ୍କ୍ୟୁ ଟିମ୍

By Angul TV Bureau

August 25, 2023

ଅନୁଗୁଳ: ତାଳଚେର ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ସ୍ନେକ୍ ରେସ୍କ୍ୟୁ ଟିମ୍ ଇଣ୍ଡିଆ(ବଳରାମ ପ୍ରସାଦ)ର ଚେୟାରମ୍ୟାନ ବିଭୂତି ଭୂଷଣ ନାହାକଙ୍କ ଅଧ୍ୟକ୍ଷତାରେ ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ବର୍ଷା ଋତୁରେ କିପରି ସାପ କାମୁଡ଼ାର ଚିକିତ୍ସା କରିବେ ସେ ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।

ଏବେ ବହୁ ସାପ କାମୁଡ଼ିବା ଘଟଣା ସାମ୍ନାକୁ ଆସୁଛି। ଫଳରେ ଅନେକ ଲୋକଙ୍କ ଜୀବନ ଯାଉଛି। ଆଉ କିଛି ଲୋକ ଝଡ଼ା ଫୁଙ୍କା ଯୋଗୁ ମଧ୍ୟ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି। ଏଣୁ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ନ ହୋଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ଇଞ୍ଜେକ୍ସନ ନେବାକୁ ଏ ଅବସରରେ କୁହାଯାଇଥିଲା।

କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସ୍ବେଚ୍ଛାସେବୀ ସୁମନ୍ତ ପ୍ରଧାନ, ଭୂପେନ ବେହେରା, ତାପସ ସାମଲ, ସିଦ୍ଧାନ୍ତ ପ୍ରଧାନ, ନୀଳମାଧବ ବେହେରା, ସମୀର, ଚନ୍ଦନ, ଗଗନ, କ୍ରିଷ୍ଣା, ଜ୍ୟୋତି, ଶୁଭମ୍, ଶିବୁ ପ୍ରମୁଖ ଟିମ୍ ସଦସ୍ୟ ଉପସ୍ଥିତ ଥିଲେ।