ମୁଖ୍ୟ ଖବର

ସର୍ପାଘାତ ଓ ସର୍ପାଘାତ ମୃତ୍ୟୁକୁ ମିଳିବ ଅଧିସୂଚିତ ବ୍ୟାଧି ମାନ୍ୟତା, ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

By Biswaranjan Pattnaik

November 30, 2024

 

ଅନୁଗୁଳ: ସର୍ପାଘାତ ଓ ସର୍ପାଘାତ ମୃତ୍ୟୁକୁ ମିଳିବ ଅଧିସୂଚିତ ବ୍ୟାଧି ମାନ୍ୟତା। ଦେଶରେ ବଢ଼ି ଚାଲିଥିବା ସର୍ପାଘାତ ଓ ଏଥିଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଦେଖି ଏହାକୁ ଏଣିକି ଅଧିସୂଚିତ ବ୍ୟାଧିର ମାନ୍ୟତା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ଜନ ସ୍ବାସ୍ଥ୍ୟ ଆଇନର ପରିଧି ଭିତରେ ଏନେଇ ପର୍ଯ୍ୟାପ୍ତ ବ୍ୟବସ୍ଥା ଅଛି। ତେଣୁ ଏଣିକି କୌଣସି ସରକାରୀ ବା ବେସରକାରୀ ହସ୍ପିଟାଲରେ ସାପ କାମୁଡ଼ା ରୋଗୀଙ୍କୁ ଓ ଏଥିରେ ମୃତ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ଶୈଳ ଶ୍ରୀବାସ୍ତବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ଏହା ଦ୍ୱାରା ସର୍ପାଘାତରେ କେତେ ଲୋକଙ୍କ ଜୀବନ ଯାଉଛି ତାହାର ସୂଚନା ସରକାରଙ୍କ ନିକଟରେ ରହିବ।