ମୁଖ୍ୟ ଖବର

ସୁନା ଚେନ ଛିନତାଇ ବିଫଳ

By Biswaranjan Pattnaik

March 10, 2023

ଅନୁଗୁଳ: ଅନୁଗୁଳ ସହରଭିତରେ ଚୋରି, ଛିନତାଇ, ଲୁଟ ଆଦିକୁ ରୋକିବା ପାଇଁ ପ୍ରତି ଛକରେ ହୋମଗାର୍ଡ ମୁତୟନ କରାଯିବା ସହ ପିସିଆର ଗାଡ଼ି ମଧ୍ୟ ବାରମ୍ବାର ବୁଲୁଛି। ଏସବୁ ସତ୍ତ୍ୱେ ଦୁର୍ବୃତ୍ତ ମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ତାଙ୍କ କାମ ହାସଲ କରିବାକୁ ବାହାରି ପଡ଼ୁଛନ୍ତି।

ଆଜି ସକାଳ ପ୍ରାୟ ୯ଟା ସମୟରେ ହେମସୁରପଡ଼ା ଦଣ୍ଡି ବନ୍ଧ ନିକଟରେ ପିଙ୍କି  ଦଳବେହେରା ନାମକ ଜଣେ ଯୁବତୀଙ୍କ ଠାରୁ ଜଣେ ଦୁର୍ବୃତ୍ତ ସୁନା ଚେନ ଝିଙ୍କି ନେଇ ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ଯୁବତୀ ଜଣକ କୌଶଳ ସହକାରେ ଘୁଞ୍ଚି ଯିବାରୁ ଛିନତାଇ ବିଫଳ ହୋଇଯାଇଥିଲା। ସେ ଏକ ଜିମରୁ ଫେରୁଥିବାବେଳେ କଳା ପଲ୍ସରରେ ଦୁର୍ବୃତ୍ତ ଜଣକ ସାହି ଭିତରେ ପଶି ସୁନା ଚେନ୍ ନେବାକୁ ଉଦ୍ୟମ କରିଥିଲା। ଯୁବକ ଜଣକର କାରନାମା ଯୁବତୀ ଜଣଙ୍କର ଘର ସିସି ଟିଭିରେ ମଧ୍ୟ କଏଦ ହୋଇଛି ।