ଘଟଣା ଓ ଦୁର୍ଘଟଣା

ମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ

By Biswaranjan Pattnaik

January 24, 2021

ଅନୁଗୁଳ: ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ୩୦ ସମୟରେ ୫୫ ନ˚ ଜାତୀୟ ରାଜପଥର ଅନୁଗୁଳ କାଲ୍‌ଟାକ୍ସ ଛକ ନିକଟରେ ଜଣେ ମହିଳା ଆକ୍ଟିଭା ସ୍କୁଟରରେ ଅନୁଗୁଳ ବସ୍‌ଷ୍ଟାଣ୍ତ ଆଡ଼କୁ ଆସୁଥିବାବେଳେ ପଛରୁ ୨ ଜଣ ଦୁବୃର୍ତ୍ତ ନମ୍ବରବିହୀନ ଏକ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇ ନେଇ ପଳାଇଥିଲେ। ମହିଳା ଜଣକ ସ୍କୁଟରରୁ ଖସି ପଡ଼ି ଚିତ୍କାର କରିଥିଲେ। କିଛି ଯୁବକ ଘଟଣାସ୍ଥଳରୁ ଦୁବୃର୍ତ୍ତଙ୍କୁ ଗୋଡ଼ାଇଥିଲେ ମଧ୍ଯ ପାଇନଥିଲେ। ଅନେକ ସମୟରେ ଦୁବୃର୍ତ୍ତମାନେ ଏଭଳି ଲୁଟ୍‌ ପୂର୍ବରୁ ଛକ ବଜାରରେ ଦ୍ରୁତ ଗତିରେ ଗାଡ଼ି ଚଳେଇ ଲୁଟ୍‌ର ରିହର‌୍‌ସେଲ୍‌ ବି କରୁଛନ୍ତି। ସାଧାରଣ ଲୋକଙ୍କ ନଜରରେ ଏହା ଜଣାପଡୁନାହିଁ।