ଅନ୍ୟାନ୍ୟ

ସମାଜସେବୀ କେଦାରନାଥ ମୋଦୀଙ୍କ ଦେହାନ୍ତ

By Biswaranjan Pattnaik

November 12, 2024

ଅନୁଗୁଳ: ଅନୁଗୁଳରେ ଷାଠିଏ ଦଶକରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ, ଗୋ ସେବକ ତଥା ଧର୍ମପରାୟଣ ବ୍ୟକ୍ତି କେଦାରନାଥ ମୋଦିଙ୍କ ଆଜି ସକାଳେ ଶଙ୍କର ସିନେମା ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ସଂଘର ସେ ଜଣେ ନିୟମିତ ପ୍ରଚାରକ ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ।ସଂସ୍କୃତରେ ତାଙ୍କର ବିଶେଷ ଜ୍ଞାନ ରହିଥିଲା।ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ବଡ଼ ପୁଅ ଏସ.ସି.ବି ମେଡ଼ିକାଲ କଲେଜ୍‌ର ଆସୋସିଏଟ୍‌ ପ୍ରଫେସର ଡ଼ା ନାରାୟଣ ପ୍ରସାଦ ମୋଦି,କନିଷ୍ଠ ପୁତ୍ର ବିଶିଷ୍ଟ ବ୍ୟବସାୟୀ ହରି ଚରଣ ମୋଦି ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ତାଙ୍କ ପରଲୋକ ଖବର ପାଇ ସହର ବହୁ ବିଶିଷ୍ଟ ବ୍ୟବସାୟୀ,ବୁଦ୍ଧିଜୀବୀ ଏବଂ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ଆଜି ଅପରାହ୍ନରେ କରଡ଼ା ଗାଡିଆ ସ୍ଥିତ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯାଇ ଥିବା ଜଣା ପଡ଼ିଛି।