ପ୍ରତିଭା ଓ ବ୍ୟକ୍ତିତ୍ୱ

ଶ୍ରୀକ୍ଷେତ୍ରରେ ତାଳଚେରର ସମାଜସେବୀ ସମ୍ବର୍ଦ୍ଧିତ: କ୍ଷୀରୋଦ ସାହୁଙ୍କୁ ମଦର ଟେରେସା ସେବା ସମ୍ମାନ

By Angul TV Bureau

July 30, 2025

ଅନୁଗୁଳ: ଶ୍ରୀକ୍ଷେତ୍ରରେ ତାଳଚେରର ସମାଜସେବୀ ସମ୍ବର୍ଦ୍ଧିତ। ପୁରୀ ସ୍ଥିତ ସଂସ୍କୃତି ଭବନ ଠାରେ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଆୟୋଜିତ ପ୍ରତିଭା ସମ୍ମାନ ସମାରୋହରେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଭାଷା ପ୍ରତିଷ୍ଠାନର ହରିହର କାନୁନଗୋ, ଫିଲ୍ମ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ଓ ଆଧ୍ୟାତ୍ମିକ ପ୍ରବଚକ ଆଦିମାତା କଳ୍ପନା ଯୋଗଦେଇ ଶ୍ରୀ ସାହୁଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟର ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀ ସାହୁ ଆଜକୁ ୩୦ବର୍ଷ ହେଲା ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି ଏବଂ ପ୍ରଶଂସିତ ହୋଇଛନ୍ତି।