ଅନ୍ୟାନ୍ୟ

ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର କ୍ଷୀରୋଦ ସାହୁ ସମ୍ମାନିତ

By Angul TV Bureau

January 01, 2025

ଅନୁଗୁଳ: ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ ସମ୍ମାନିତ। ଭାରତ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ପୁରୀ ସ୍ଥିତ ମ୍ୟୁନିସିପାଲଟି ଟାଉନ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଫେସର ଜଗେଶ୍ଵର ପଣ୍ଡା, ଫାଉଣ୍ଡେସନର ଅଧ୍ୟକ୍ଷ ଅମର କୁମାର ବାଗ, ସନ୍ଧ୍ୟା ପଟ୍ଟନାୟକ, ଜ୍ୟୋତିର୍ମୟୀ ପଣ୍ଡା, ବନିତା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଗତ ୩୦ ବର୍ଷ ହେଲା ସାମାଜିକ କାର୍ଯ୍ୟ କରି ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ସାହୁଙ୍କୁ ଅତିଥି ମାନେ ଫୁଲତୋଡ଼ା, ଉତ୍ତରୀୟ, ତାମ୍ର ଫଳକ, ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶ୍ରୀ ସାହୁ ଗତ ୧୯୯୫ ମସିହାଠାରୁ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି।