ଅନୁଗୁଳ: ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କପିଳାସ ଠାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା କରାଯାଇଛି। ଏ ଅବସରରେ ଆୟୋଜିତ ହାଫ ମାରାଥନରେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ ୨୧ କିମି ଦୌଡ଼ରେ ଭାଗ ନେଇ ୧୦ କିମିକୁ ଯାଇ ସଫଳ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ତାମ୍ର ଫଳକ ଟ୍ରଫି ପ୍ରଦାନ କରିଥିଲେ।
Qକପିଳାସ ପାଦ ଦେଶରୁ ଦୌଡ଼ ଆରମ୍ଭ ହୋଇ ଦେଓଗାଁ -ଟାଙ୍ଗୀ ମୁଖ୍ୟ ରାସ୍ତାରେ ସୋରିଷିଆପଦା ଗ୍ରାମକୁ ଯାଇ ଫେରିଥିଲେ। ମାରାଥନରେ ଦେଶର ବିଭିନ୍ନ ରାଜ୍ୟରୁ ୪ ହଜାର ୬ ଶହ ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।