ଅନ୍ୟାନ୍ୟ

କୁଲାଡ ଗାଁର ବରିଷ୍ଠ ସମାଜସେବୀ ସଂଗ୍ରାମ ଜେନାଙ୍କ ନିଧନ, ସ୍ନାୟୁଜନିତ ରୋଗରେ ଥିଲେ ପୀଡ଼ିତ

By Angul TV Bureau

July 15, 2024

ଅନୁଗୁଳ : ନାଲକୋ ଠିକାଦାର ସଂଘର ସଦସ୍ୟ ତଥା ନାଲକୋ-ବଅଁରପାଳ ଅଞ୍ଚଳର ସମାଜସେବୀ ସଂଗ୍ରାମ ଜେନାଙ୍କର ଆଜି ନିଧନ ହୋଇଛି। ୬ମାସ ହେବ ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୫୮ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଘଟିଛି।

ସଂଗ୍ରାମ ଜେନା ହେଉଛନ୍ତି ଅନୁଗୁଳର ପୂର୍ବତନ ବିଧାୟକ ସ୍ବର୍ଗତ ରମେଶ ଚନ୍ଦ୍ର ଜେନାଙ୍କ ତୃତୀୟ ପୁଅ। ସେ ଜଣେ ଧର୍ମ ପରାୟଣ, ସେବାପ୍ରବୃତ୍ତିର ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।