ମୁଖ୍ୟ ଖବର

ଅବସରପ୍ରାପ୍ତ ପ୍ରାଧ୍ୟାପକ ନିମାଇଁ ଚରଣ ପ୍ରଧାନଙ୍କ ବିୟୋଗରେ ଶୋକ ସଭା ଆୟୋଜିତ

By Angul TV Bureau

October 28, 2024

 

ତାଳଚେର: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷାବିତ୍ ଡଃ ନିମାଇଁ ଚରଣ ପ୍ରଧାନଙ୍କ ଅକାଳ ବିୟୋଗରେ କଲେଜର ଇତିହାସ ବିଭାଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ବିଭାଗର ମୁଖ୍ୟ ଡଃ କୁନ୍ତଳା ସୋଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ସ୍ୱର୍ଗତଃ ଡଃ ପ୍ରଧାନଙ୍କ ଆତ୍ମାର ସଦଗତି ପ୍ରଦାନ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡଃ ସୋଏ ତାଙ୍କ ଅନୁଭୂତି ପ୍ରକାଶ କରୁଥିବା ବେଳେ କାନ୍ଦି ପକାଇଥିଲେ। ଘରର ମୁଖ୍ୟ ଚାଲିଗଲେ ଘରର ଅବସ୍ଥା ଯାହା ଇତିହାସ ବିଭାଗର ଅବସ୍ଥା ଆଜି ତାହା ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସାମ୍ବାଦିକ ଶିଶିର କୁମାର ସାମଲ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଦେବୀପ୍ରସାଦ ମିଶ୍ର, ସନାତନ ସାମଲ, ଉପେନ୍ଦ୍ର ପରିଡ଼ା, ବିକାଶ ପଟ୍ଟନାୟକ, ଇତିହାସ ବିଭାଗର ଅଧ୍ୟାପିକା ଶାନ୍ତି ବୁଡେକ, ରାଜଶ୍ରୀ ବେରିହା, ପୁରାତନ ଛାତ୍ର ରାଜେଶ ବେହେରା, ସୁନିଲ ମହାନ୍ତି, ସୁଦୀପ୍ତ ଗଡ଼ନାୟକ, ଛାତ୍ରୀ ସରିତା ଗାୟନ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।