ମୁଖ୍ୟ ଖବର

ଛେଣ୍ଡିପଦାରେ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ, ଉପକୃତ ହେବେ ୮୦ ପରିବାର

By Angul TV Bureau

August 23, 2026

​

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତର ପାଣସାହି ଗ୍ରାମରେ ଶନିବାର ଏକ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଛି। ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ (ଜିଏମଡିସି) ର ବୈତରଣୀ ୱେଷ୍ଟ କୋଲ୍ ପ୍ରୋଜେକ୍ଟ ପକ୍ଷରୁ ସିଏସଆର ପାଣ୍ଠି ଜରିଆରେ ଏହା କାର୍ଯ୍ୟକାରୀ ହୋଇଛି।ଦୀର୍ଘଦିନର ଜଳ ସମସ୍ୟାର ସମାଧାନ ପାଇଁ ଏହି ପ୍ରକଳ୍ପରେ ୮-ଇଞ୍ଚ ବୋରୱେଲ, ୧.୫ ଏଚପି ସୌର ପମ୍ପ ଏବଂ ୫,୦୦୦ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ଟାଙ୍କି ସ୍ଥାପନ କରାଯାଇଛି। ଗ୍ରାମର ୪ଟି ସ୍ଥାନରେ ଟ୍ୟାପ୍ ସଂଯୋଗ ଦ୍ୱାରା ୮୦ଟି ପରିବାରର ୩୦୦ରୁ ଅଧିକ ଗ୍ରାମବାସୀ ନିରବଚ୍ଛିନ୍ନ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ପ୍ରକଳ୍ପ ଉଦଘାଟନ ଅବସରରେ ଜିଏମଡିସି ପ୍ରୋଜେକ୍ଟ ମୁଖ୍ୟ ନାଗେନ୍ଦ୍ର ମୁପକାଲୱାର୍ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ସାମୂହିକ ବିକାଶ ପାଇଁ ସଂସ୍ଥା ପ୍ରତିବଦ୍ଧ ବୋଲି କହିଥିଲେ। ଏହି ସଫଳତା ପାଇଁ ଗ୍ରାମବାସୀ ଜିଏମଡିସି ଏବଂ ସହଯୋଗୀ ସଂସ୍ଥାକୁ କୃତଜ୍ଞତା ଜଣାଇଛନ୍ତି।