ମୁଖ୍ୟ ଖବର

ଶୁଭାରମ୍ଭ ହେଲା ‘ସୋଲାର ରଥ’: ଘରେ ମାଗଣା ବିଜୁଳି ଦେବ ପିଏମ୍ ସୂର୍ଯ୍ୟ ଘର ଯୋଜନା

By Angul TV Bureau

August 14, 2026

ଅନୁଗୋଳ: ଓଡ଼ିଶା ସରକାର ଏବଂ ଟାଟା ପାୱାରର ମିଳିତ ଆନୁକୂଲ୍ୟରେ ଟିପିସିଓଡିଏଲ୍ ପକ୍ଷରୁ ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ସୌର ଛାତ ରୁଫ୍ ଟପ୍ ସୋଲାର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ “ସୋଲାର ରଥ” ର ଶୁଭାରମ୍ଭ କରାଯାଇଛି। ଅନୁଗୋଳ ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।

ଏହି ପଦକ୍ଷେପ ଦ୍ୱାରା ଅକ୍ଷୟ ଶକ୍ତିର ବିକାଶ ଏବଂ ସ୍ଥାୟୀ ପ୍ରଗତିକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ପ୍ରଚାର ଗାଡ଼ିଟି ଜିଲ୍ଲାର ବିଭିନ୍ନ ଆଦର୍ଶ ସୌର ଗ୍ରାମ ମୋଡେଲ୍ ସୋଲାର ଭିଲେଜ୍ ଏବଂ ଅନ୍ୟାନ୍ୟ ଗ୍ରାମଗୁଡ଼ିକ ପରିକ୍ରମା କରିବ।

ଏହା ମାଧ୍ୟମରେ ଗ୍ରାହକମାନଙ୍କୁ ସୌର ଶକ୍ତିର ଲାଭ, ଘରୋଇ ରୁଫ୍ ଟପ୍ ସୋଲାର ସିଷ୍ଟମ୍, ସରକାରୀ ସବସିଡି ଏବଂ ଏହାର ସ୍ଥାପନ ପ୍ରକ୍ରିୟା ବିଷୟରେ ସଚେତନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଟିପିସିଓଡିଏଲ୍ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।