ଘଟଣା ଓ ଦୁର୍ଘଟଣା

ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

By Swagatika Samantray

January 10, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ କଇଁଫୁଲିଆସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସୋମବାର ପୁଅକୁ ଗିରଫ କରିଛି ପୋଲିସ।

ସୂଚନା ଯେ, ଗାଁର ମଦନ ମୋହନ ବେହେରା ରବିବାର ଅପରାହ୍ନ ୪ଟା ସମୟରେ ଘରୁ ବାହାରୀ ନାଲକୋ ଯାଉଥିବା ବେଳେ ରାସ୍ତାରେ ତାଙ୍କ ପୁଅ ବିଶ୍ବରଞ୍ଜନ ବେହେରା(୨୮) ଘରୋଇ କଳହରୁ ଏକ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଆହତ ହୋଇ ମଦନ ତଳେ ପଡ଼ିଯିବାରୁ ବିଶ୍ବରଞ୍ଜନ ତାଙ୍କ ତଣ୍ଟିଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ। କୌଣସି ପ୍ରକାରେ ମଦନ ସେଠାରୁ ନିଜକୁ ବଞ୍ଚାଇ ପଳାଇ ଆସିଥିଲେ। ଏ ନେଇ ମଦନ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ସେମବାର ଅଭିଯୁକ୍ତ ପୁଅ ବିଶ୍ବରଞ୍ଜନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।