ଘଟଣା ଓ ଦୁର୍ଘଟଣା

ବାଣ ଫୁଟି ପୁଅ ମୃତ, ବାପା ଗୁରୁତର

By Angul TV Bureau

October 21, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ସମଲ ଥାନା ଅଧୀନ ସିପୁର ଗାଁରେ ଅଘଟଣ। ବାଣ ଫୁଟି ପୁଅ ମୃତ, ବାପା ଗୁରୁତର। ମୃତ ପୁଅ ସରୋଜ ପ୍ରଧାନ ଓ ଗୁରୁତର ବାପା ପ୍ରମୋଦ ପ୍ରଧାନ। ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ସରୋଜ ଓ ତାଙ୍କ ଭାଇଙ୍କ ମଧ୍ୟରେ କଳହ ଲାଗୁଥିବାବେଳେ ସରୋଜ ଦେଶୀ ବାଣକୁ ହାତରେ ଧରି ଡରାଉଥିଲେ । ଏହି ସମୟରେ ସରୋଜଙ୍କ ହାତରେ ବାଣ ଫୁଟିଯାଇଥିଲା। ବାଣ ଛଡାଇବାକୁ ଯାଇ ପ୍ରମୋଦ ଗୁରୁତର ଆହତ ହୋଇଥିବା ଜଣାପଡିଛି।