ଘଟଣା ଓ ଦୁର୍ଘଟଣା

ମାଆକୁ ମାଡ଼ମାରି ପୁଅ ଗିରଫ

By Sanjeeb Biswal

May 08, 2021

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁର ଜଣେ ଯୁବକ ମାଆକୁ ମାଡ଼ପିଟ କରିବା ଅଭିଯୋଗରେ ଗିରଫ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗାଁର ଚନ୍ଦ୍ରମଣି ପୃଷ୍ଟି (୩୦) ସାମାନ୍ୟ କଥାରେ ଗତକାଲି ରାତି ପ୍ରାୟ ୯ଟାବେଳେ ନିଜର ବିଧବା ମାଆ ଉପମା ପୃଷ୍ଟି(୬୦)ଙ୍କ ସହ ଝଗଡ଼ାକରି ତାଙ୍କୁ ମାଡ଼ ମାରିଥିଲା। ଏ ସଂପର୍କରେ ଉପମା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରିବା ସହ ଚନ୍ଦ୍ରମଣିକୁ ଗିରଫ କରି କୋର୍ଟ ଚାଲାଣ କରିଛି।