ଅନ୍ୟାନ୍ୟ

ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ନିଆରା ପ୍ରତିବାଦ: ଅନୁଗୁଳରୁ ନବୀନ ନିବାସ ଯାଏଁ ଆରମ୍ଭ କଲା ପଦଯାତ୍ରା

By Swagatika Samantray

March 21, 2022

ଅନୁଗୁଳ: ନିଆରା ଉପାୟରେ ପ୍ରତିବାଦ କରୁଛି ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ। ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ, ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପଦଯାତ୍ରା ଆୟୋଜିତ ହୋଇଛି। ଟ୍ରଷ୍ଟର ସଦସ୍ୟ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ବାହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସ ଭବନକୁ ପଦଯାତ୍ରା ଆରମ୍ଭ କରିଛନ୍ତି।

ଜାତୀୟ ରାଜପଥ ସମସ୍ୟା, ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି, ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଯୋଗାଇ ଦେବା ଇତ୍ଯାଦି ଦାବି ନେଇ ଏହି ପଦଯାତ୍ରା ଆୟୋଜିତ ହୋଇଛି। ପଦଯାତ୍ରାରେ ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ଗୁରୁ ଚରଣ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ସାମିଲ୍ ହୋଇଛନ୍ତି।