ଅନ୍ୟାନ୍ୟ

ରୁଦ୍ରଙ୍କ ପରିବାରକୁ ସହାୟତା ଦେଲେ ସୌମ୍ୟରଞ୍ଜନ

By Biswaranjan Pattnaik

July 28, 2024

ଅନୁଗୁଳ: ନିକଟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ବଣିଆବାହାଳର ରୁଦ୍ରନାରାୟଣ ଭୂତିଆଙ୍କ ଘରକୁ ଯାଇଥିଲେ ବିଜେଡି ଯୁବନେତା ସୌମ୍ୟ ରଞ୍ଜନ ସାହୁ। ସେ ରୁଦ୍ରଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ରୁଦ୍ର ତାଙ୍କ ଘରର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କର ଅକାଳ ବିୟୋଗରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।