ଅନ୍ୟାନ୍ୟ

ସୌମ୍ୟରଂଜନ ଓ ଆଦର୍ଶ ଭଲିବଲ୍ ହୋମର ସ୍ଥାୟୀ ସଦସ୍ୟ ହେଲେ

By Biswaranjan Pattnaik

March 13, 2023

ଅନୁଗୁଳ: ଅନୁଗୁଳ ଭଲିବଲ୍ ହୋମ ଆନୁକୁଲ୍ୟରେ ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ବିଜୁ ମଇଦାନରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଅନୁଗୁଳର ଯୁବନେତା ସୌମ୍ୟରଂଜନ ସାହୁ ଓ ଆଦର୍ଶ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ। ଏଥି ସହିତ ଉଭୟଙ୍କୁ ଭଲିବଲ୍ ହୋମର ସ୍ଥାୟୀ ସଦସ୍ୟ ଭାବେ ମନୋନୀତ କରାଯାଇଛି।ଭଲିବଲ୍ ର ପ୍ରଚାର ପ୍ରସାର ଓ ନୂତନ କ୍ରୀଡ଼ା ପ୍ରତିଭା ସୃଷ୍ଟି ଦିଗରେ ଭଲିବଲ୍ ହୋମ ସହ ଜଡ଼ିତ ରହି ଉଭୟ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଏଥିପାଇଁ ସୌମ୍ୟରଂଜନ ଏବଂ ଆଦର୍ଶ ଭଲିବଲ୍ ହୋମର ପ୍ରତିଷ୍ଠାତା ବସନ୍ତ କୁମାର ଦାସ ଓ ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି।