ଅନ୍ୟାନ୍ୟ

ଲିଙ୍ଗରାଯୋଡ଼ିରେ ଭାଇଚାରା ବାଣ୍ଟିଲେ ସୌମ୍ୟରଞ୍ଜନ

By Biswaranjan Pattnaik

March 09, 2023

ଅନୁଗୁଳ: ସ୍ଥାନୀୟ ଲିଙ୍ଗରାଯୋଡ଼ିରେ ଦୋଲାପର୍ବ ଅବସରରେ ମେଲଣ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ଯୁବନେତା ସୌମ୍ୟରଂଜନ ସାହୁ ମେଲଣରେ ସମାବିଷ୍ଟ ଯୁବ ସାଥୀ ମାନଙ୍କୁ ଭାରତୀୟ ସଂସ୍କୃତିରେ ଦୋଳ ପର୍ବର ମହତ୍ତ୍ଵ, ଭାଇଚାରା,ସମାଜର ଉନ୍ନତି ପାଇଁ ଯୁବ ସଂଗଠନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଯୁବ ସାଥୀମାନେ ଏ ଅବସରରେ ହର୍ବାଲ ଅବିର ଦେଇ ଅନ୍ୟମାନଙ୍କୁ ସ୍ଵାଗତ କରିଥିଲେ।ସମାବେଶରେ ଲିଟୁ ବେହେରା,ସନ୍ତୋଷ ସେଠୀ, ମୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।