ଅନ୍ୟାନ୍ୟ

ଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣିକା ଉନ୍ମୋଚିତ

By Angul TV Bureau

July 27, 2022

ଅନୁଗୁଳ: ଆଜି ଅପରାହ୍ନରେ ବରିଷ୍ଠ ଆଇନଜୀବି ଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅନୁଗୁଳ ସ୍ଥିତ ବାସ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ଏହି ସଭାରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ହେମନ୍ତ ଦାଶ, ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାପାତ୍ର, ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଏବଂ ଦିବାକର ସାହୁଙ୍କ ଧର୍ମପତ୍ନୀ ସୁହାସିନି ସାହୁ, ପରିବାରର ବରିଷ୍ଠ ସଦସ୍ୟ ସୁଧାକର ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ସ୍ବର୍ଗତ ସାହୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଦିବାକର ସାହୁଙ୍କ ସରଳ, ଅମାୟିକ ବ୍ୟବହାର, ଆଇନଜୀବି ଭାବେ ତାଙ୍କ ବୃତ୍ତିଗତ ଦକ୍ଷତା,ଗରିବ ଅସହାୟ ଲୋକଙ୍କୁ ଆଇନଗତ ସହାୟତା, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଭାବେ ଟଙ୍କା ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ। ସଭାରେ ଅତିଥିମାନେ ସ୍ବର୍ଗତ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ବିଶ୍ବରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।