ମୁଖ୍ୟ ଖବର

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଶିକ୍ଷାଦାନ ଶିବିର

By Biswaranjan Pattnaik

December 30, 2023

ଅନୁଗୁଳ: ଚଳିତ ବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ସମସ୍ତ ବିଦ୍ୟାର୍ଥୀ କିପରି ଉତ୍ତମ ପ୍ରଦର୍ଶନ କରିବେ ସେଥିପାଇଁ ମାନନୀୟ ଜିଲ୍ଲାପାଳ ମହୋଦୟ ତଥା ଜିଲ୍ଲା ଶିକ୍ଷାଧିକାରୀଣୀ ବିଭିନ୍ନ ସମୟରେ ଅନେକ ଉଚିତ ପଦକ୍ଷେପ ନେଇଛନ୍ତି। ଗତ ୨୧.୧୨.୨୩ ରୁ ୩୦.୧୨.୨୩. ପର୍ଯ୍ୟନ୍ତ ସ୍ଵତନ୍ତ୍ର ଅନୁଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଜିଲ୍ଲାରେ ଆଶାୟୀ ଏ୧(୯୦%ରୁ ଅଧିକ),ଏ୨,ବି୧ ଶିକ୍ଷାର୍ଥୀ ମାନଙ୍କୁ ସ୍ଵତନ୍ତ୍ର ଭାବେ ପ୍ରତି ବ୍ଲକରେ ୨ଟି ବିଦ୍ୟାଳୟରେ ଓ ସମାନ୍ତରାଳ ଭାବେ ୨୪୯ ଉଚ୍ଚ ବିଦ୍ୟାଳୟରେ ନିଜ ପିଲାଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା।ପ୍ରତ୍ୟେକ ଦିନ 5ଟି ବିଷୟରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା। ବିଗତ ୧୦ ଦିନ ମଧ୍ୟରେ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବିଷୟ ଗତ ସନ୍ଦେହ ଦୁର କରିବା ସହ ଆତ୍ମବିଶ୍ବାସ ହାସଲ କରିପାରିଛନ୍ତି।

ମାନନୀୟ ଜିଲ୍ଲା ଶିକ୍ଷାଧିକାରୀଣୀ ଶ୍ରୀମତୀ ସୁସ୍ମିତା ସାହୁ ମହୋଦୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନ ତଥା କେନ୍ଦ୍ର ପରିଦର୍ଶନ ସମୟରେ ପିଲା ତଥା ଶିକ୍ଷକ ମାନଙ୍କୁ ପ୍ରେରଣାଦାୟୀ ମତାମତ ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିଥିଲା।ମାନନୀୟ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ପାତ୍ର ମହୋଦୟ ଓ ଶ୍ରୀମତୀ ପ୍ରତିଭା ବାରିକ ମହୋଦୟା ସମସ୍ତ କେନ୍ଦ୍ରକୁ ପରିଦର୍ଶନ କରିବା ସହ ନିଜର ଅଭିଜ୍ଞତା ତଥା ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ପାଠପଢ଼ା କିପରି ବୋଧଗମ୍ୟ କରିହେବ ମାର୍ଗଦର୍ଶନ ଦେଇଥିଲେ।

ପୂର୍ବ ବର୍ଷ ମାନଙ୍କରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ବିଶ୍ଳେଷଣକୁ ଆଧାର କରି ଚଳିତ ବର୍ଷ ପରୀକ୍ଷା ର ଯଥେଷ୍ଟ ସମୟ ପୂର୍ବରୁ ଓ ସମସ୍ତ ବିଦ୍ୟାର୍ଥୀ ଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇ ପାରିଛି। ଅଭିଭାଵକ ତଥା ସାଧାରଣ ଲୋକ ଏହି ପଦକ୍ଷେପ ପାଇଁ ସାଧୁବାଦ୍ ଜଣାଇଛନ୍ତି। ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ,ବ୍ଲକ ଶିକ୍ଷାଧିାରୀ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଓ ପିଆରାଇ ସଦସ୍ୟ ମାନଙ୍କ କଠୋର ପରିଶ୍ରମ ଏହି ୧୦ ଦିନର କାର୍ଯ୍ୟକ୍ରମକୁ ସଫଳ କରିପାରିଛି।