ଅନୁଗୋଳ: ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ ସୁଲୋଚନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୋଡାଲ ଅଫିସର ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଝସକେତନ ସାହୁ ଓ ଏଡିଇଓ ରୋହିନ ସାହୁ ଯୋଗଦେଇ ଗ୍ରାମସଭାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ସଭାରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ସମେତ ସିଆରପି ଓ ଏମବିକେମାନେ ଯୋଗଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଆଲୋଚନା ପରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହିପରି ଗାନ୍ଧୀ ଜୟନ୍ତୀ ଅବସରରେ କିଶୋରନଗର ବ୍ଲକର ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଥିବା ଜଣାପଡ଼ିଛି।