ମୁଖ୍ୟ ଖବର

ରେଳପଥ ନିଯୁକ୍ତି ବୋର୍ଡ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍

By Angul TV Bureau

August 23, 2022

ଭୁବନେଶ୍ବର/ଅନୁଗୁଳ : ରେଳପଥ ନିଯୁକ୍ତି ବୋର୍ଡ ପରୀକ୍ଷାର ଆଶାୟୀ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ବିଭିନ୍ନ ସହରରେ କେନ୍ଦ୍ର ହୋଇଛି। ତାହାକୁ ନଜରରେ ରଖି ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ(୦୮୦୪୬/୦୮୦୪୫) ହଟିଆରୁ ୨୨ ଓ ୨୪ ତାରିଖ ଅପରାହ୍ନ ୪ଟା ୫୦ରେ ଛାଡ଼ିବ। ଫେରିବା ମାର୍ଗରେ ଏହା କଟକରୁ ଅଗଷ୍ଟ ୨୩ ଓ ୨୫ ତାରିଖ ରାତି ୯ଟା ୪୦ରେ ଛାଡ଼ି ହଟିଆ ଅଭିମ‌ୁଖେ ଯାତ୍ରା କରିବ।

ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନରେ ରହଣି କରିବ। ଏଥିରେ ଦୁଇଟି ଏସି-୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍, ୩ଟି ଦ୍ଵିତୀୟ ଶ୍ରେଣୀ ଚେୟାର୍ କାର୍, ୫ଟି ସାଧାରଣ ଦ୍ବିିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି।