ମୁଖ୍ୟ ଖବର

ଏମସିଏଲ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ଏବେ ଅନୁଗୁଳ ଓ ତାଳଚେରେ ଉପଲବ୍ଧ: ମାତ୍ର 999 ଟଙ୍କାରୁ ଆରମ୍ଭ

By Angul TV Bureau

May 01, 2026

ଅନୁଗୁଳ: ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ (ଏମସିଏଲ) କର୍ମଚାରୀଙ୍କ ପାଇଁ ଏବେ ସ୍ୱତନ୍ତ୍ର ୟୁନିଫର୍ମ ଉପଲବ୍ଧ ହେଉଛି। ଅନୁଗୁଳ ସ୍ଥିତ ଏସ୍‌ଏନ୍‌କେ ରୟାଲ ଷ୍ଟୋର ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ସ୍ବତନ୍ତ୍ର ବ୍ୟବସ୍ଥା ଅନୁଗୁଳ ସହ ତାଳଚେରେ ମଧ୍ୟ ଆରମ୍ଭ ହୋଇଛି। ଯେଉଁଠାରେ ଜଣେ ଏମସିଏଲ କର୍ମଚାରୀ ଗଲେ ୟୁନିଫର୍ମ ସହ ବିଭିନ୍ନ କପଡା ଉପଯୁକ୍ତ ମୂଲ୍ୟରେ ପାଇପାରିବେ।

ଷ୍ଟୋର୍ ସୂତ୍ର ଅନୁସାରେ, ଏଠାରେ 999 ଟଙ୍କାରୁ ଆରମ୍ଭ କରି 2600 ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପୋଷାକ ଓ ୟୁନିଫର୍ମ ଉପଲବ୍ଧ ରହିଛି। ଏମସିଏଲ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ଏହି ଷ୍ଟକ୍ ରଖାଯାଇଛି। ରେଡିମେଡ୍ ବ୍ରାଣ୍ଡ ଯଥା ଟର୍ଟଲ ଏବଂ ବ୍ଲାକ୍‌ବେରି ଏବଂ ନାମୀଦାମୀ ରେମଣ୍ଡ କମ୍ପାନୀର କପଡା ମଧ୍ୟ ଉପଲବ୍ଧ ହେଉଛି। ଏହି ସୁବିଧା ଏସ୍‌ଏନ୍‌କେ ରୟାଲ, ଗାନ୍ଧୀ ମାର୍ଗ, ଅନୁଗୁଳ ଏବଂ ଏସ୍‌ଏନ୍‌କେ ରୟାଲ, ଶର୍ମା ଛକ, ତାଳଚେରେ ଉପଲବ୍ଧ ହେଉଛି।

ସୋ-ରୁମ୍ ପକ୍ଷରୁ କୁହାଯାଇଛି ଯେ, *ଏମସିଏଲ କର୍ମଚାରୀ ଏଠାକୁ ଆସିଲେ ୟୁନିଫର୍ମ ସହିତ ସମସ୍ତ ପ୍ରକାର କପଡା ପାଇପାରିବେ। ଏହି ନୂଆ ବ୍ୟବସ୍ଥା ଏମସିଏଲ କର୍ମଚାରୀଙ୍କ ପାଇଁ ସମୟ ଓ ଖର୍ଚ୍ଚ ଉଭୟ ସଞ୍ଚୟ କରିବ ବୋଲି ଆଶା କରାଯାଉଛି।