ଅନ୍ୟାନ୍ୟ

ଆନନ୍ଦମାର୍ଗ ପ୍ରଚାରକ ସଂଘ ପକ୍ଷରୁ ଆଧ୍ୟାତ୍ମିକ ଶିବିର

By Biswaranjan Pattnaik

July 13, 2023

ଅନୁଗୁଳ: ଆଜି ଧନୀ ଗରିବ ମଧ୍ୟରେ ଅନେକ ତାରତମ୍ୟ। ମଣିଷ ଧନ ସମ୍ପତ୍ତି ଠୁଳ ପାଇଁ ବ୍ୟସ୍ତ,ଧର୍ମ ଦର୍ଶନ,ନୈତିକତା ଆଜି ସମାଜରେ ବିରଳ। ଏଭଳି ଏକ ସମୟରେ ସମାଜରୁ ଅପରାଧ ,ଲୋଭ, ଈର୍ଷା ହଟାଇ ଜୀବନକୁ ଆନନ୍ଦମୟ କରିବାପାଇଁ ଐଶ୍ୱରିକ ଚିନ୍ତା,ଧ୍ୟାନ,ଯୋଗ, ପ୍ରାଣାୟମ ଆଦି ଅତ୍ୟାବଶ୍ୟକ। ଆନନ୍ଦମାର୍ଗ ପ୍ରଚାରକ ସଂଘ ଅନୁଗୁଳ ଶାଖା ପକ୍ଷରୁ ଏଥିପାଇଁ ଏଞ୍ଜେଲ ୱିଙ୍ଗ ଷ୍ଟେସନ ରୋଡ ଠାରେ ଆସନ୍ତା ୧୪ ତାରିଖରୁ ୧୬ ତାରିଖ ଯାଏ ଯୋଗ ସାଧନା ଶିବିର ଅନୁଷ୍ଠିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ସଂଘର କର୍ମକର୍ତ୍ତା। ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ପ୍ରୀୟତୋଷାନନ୍ଦ ଅବଧୂତ ଓ ଅନ୍ୟାନ୍ୟ ଅବଧୂତ ମାନେ ଯୋଗ ଦେବେ।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟ ସୁନ୍ଦର ଗଡ଼ନାୟକ, ନବରୁଣାନନ୍ଦ ଅବଧୂତ,ଜିବପ୍ରେମାନନ୍ଦ ଅବଧୂତ, ପ୍ରଭୋଦାନନ୍ଦ ଓ ଅନନ୍ଦପ୍ରଭା ଅବଧୁତିକା ଆଦି ଉପସ୍ଥିତ ଥିଲେ।ଶିବିରରେ ଯୋଗ,ପ୍ରାଣାୟମ,ସାମୁହିକ ସାଧନା, ପ୍ରାଉଟ ଆଦି ଉପରେ ଆଲୋଚନା କରାଯିବ। ଆଗ୍ରହୀ ଭକ୍ତ ମାନେ ଶିବିରରେ ଯୋଗ ଦେବାକୁ ଅନୁଗୁଳ ଶାଖା ପକ୍ଷରୁ ନିବେଦନ କରାଯାଇଛି।