ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିଷଦ ଉନ୍ନୟନ ପରିଷଦ ପକ୍ଷରୁ ପ୍ରକାଶିତ ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’ ଲୋକାର୍ପିତ ହୋଇଛି। ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ଆଇଏନ୍ଟିୟୁସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ମହାବିଷୁବ ମିଳନ ଉତ୍ସବରେ ଏହି ପୁସ୍ତକଟି ଉନ୍ମୋଚିତ ହୋଇଛି।
ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଡ. ପ୍ରଶାନ୍ତ କୁମାର ରଥ ଏବଂ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଯଦୁମଣି ସାହୁ ଯୋଗ ଦେଇଥିଲେ। ପରିଷଦ ପକ୍ଷରୁ ସୂଚନା ମିଳିଛି ଯେ, ଦୀର୍ଘ ୨୯ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ପ୍ରକାଶିତ ଏହି ପତ୍ରିକାରେ ମା’ ହିଙ୍ଗୁଳାଙ୍କ ସମ୍ପର୍କରେ ଅନେକ ଜ୍ଞାତବ୍ୟ ତଥ୍ୟ ସ୍ଥାନ ପାଇଛି। ଏହି ଅବସରରେ ସାହିତ୍ୟ ଘରର ବହୁ କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।