ଅନୁଗୁଳ: ଅମଲାପଡ଼ା ବାସନ୍ତୀ ପାଠାଗାର ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଟାଇକୁଣ୍ଡୁ ଆସୋସିଏସନ୍,ଅନୁଗୁଳ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହକି ଯାଦୁକର ଧ୍ୟାନଚାନ୍ଦଙ୍କ ହକି ଖେଳ ପ୍ରତି ଉତ୍ସର୍ଗୀକୃତ ମନୋଭାବ, ଦକ୍ଷତା ଏବଂ ତାଙ୍କ ଯୋଗୁଁ ଭାରତ ସମଗ୍ର ବିଶ୍ଵରେ କିଭଳି ସୁନାମ ଅର୍ଜନ କରିଥିଲା ତାହା ବର୍ଣ୍ଣନା କରିଥିଲେ।
ସମାରୋହରେ ସଂଘର ଉପଦେଷ୍ଟା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦେବତା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଭାରତ ହକି ଖେଳରେ ପୁଣି ପୂର୍ବ ଗୌରବ ଫେରାଇ ଆଣିବା ପାଇଁ କିଭଳି ଭିତ୍ତିଭୂମିର ବିକାଶ କରାଯାଉଛି ତାହା ବର୍ଣ୍ଣନା କରିଥିଲେ ।ଟାଇକୁଣ୍ଡୁ ଆସୋସିଏସନର ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଭାରେ ଟାଇକୁଣ୍ଡୁ, ସ୍କଏ ଏବଂ ଅନ୍ୟାନ୍ୟ ପ୍ରଶିକ୍ଷାର୍ଥି ଓ ସେମାନଙ୍କ ଅଭିଭାବକ ମାନେ ଯୋଗ ଦାନ କରିଥିଲେ।